ବାଘ-କୁକୁର ସାମ୍ନାସାମ୍ନୀ: ଦୃଢ ଆତ୍ମବିଶ୍ବାସ ଏବଂ ସାହସ ଆଗରେ ହାର୍‌ ମାନିଲା ଜଙ୍ଗଲ କିଙ୍ଗ୍, ଭିଡିଓ ଭାଇରାଲ…

ଜଙ୍ଗଲରେ ବାଘ ଯେ ସବୁଠାରୁ ହିଂସ୍ର ଏବଂ ଭୟଙ୍କର ଏଥିରେ ସନ୍ଦେହ ନାହିଁ । ଯେ କୌଣସି ଜୀବ ଏମିତି କି ହାତୀଙ୍କୁ ମଧ୍ୟ ସାମ୍ନା କରିବାର କ୍ଷମତା ବାଘ ନିକଟରେ ରହିଛି । ସେଥିପାଇଁ ବାଘ ହେଉଛି ଜଙ୍ଗଲର ବଳଶାଳୀ ଜୀବ କିନ୍ତୁ ଗୋଟିଏ ବୁଲା କୁକୁର କଣ ବାଘକୁ ସାମ୍ନା କରିପାରିବ । ଏହାର ଉତ୍ତର ଯେ କେହି ମଧ୍ୟ କହିବେ ‘ନା’ । କିନ୍ତୁ ନିକଟରେ ଏଭଳି ଏକ ଚକିତ କରିବା ଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ଭାଇରାଲ ଏହି ଭିଡିଓକୁ ଯେ କେହି ଦେଖୁଛନ୍ତି ଚକିତ ହୋଇଯାଉଛନ୍ତି । କୁକୁରଟି ରାସ୍ତାରେ ଶୋଇଥିବା ବେଳେ ହଠାତ୍‌ ପଛପଟୁ ଆସି ଆକ୍ରମଣ କରିବାକୁ ଉଦ୍ୟତ ହେଉଛି ଗୋଟିଏ ଚିତାବାଘ । ଦେଖଣାହାରୀ ବି ଭାବୁଛନ୍ତି ବିଚରା କୁକୁର ଫସିଗଲା । କିନ୍ତୁ ହଠାତ୍‌ କୁକୁରଟି ଉଠିପଡି ବାଘକୁ ଡରାଇବା ଆରମ୍ଭ କରିଦେଉଛି । ଅନବରତ ଭାବେ ଭୁକିବା ଫଳରେ ବାଘ ମଧ୍ୟ ଭୟରେ ଥରହର ହେଉଥିବା ଦେଖିବାକୁ ମିଳୁଛି । କୁକୁର ସେଠାରୁ ଦୌଡି ଚାଲିଯିବା ବଦଳରେ କଠୋରତାର ସହ ବାଘକୁ ସାମ୍ନା କରୁଛି । କିଛି ସମୟ ଧରି ଏପରି ଟକ୍‌ରାଟକ୍‌ରି ପରେ କିଛି ଉପାୟ ନପାଇ ବାଘ ବିଚରା ଜଙ୍ଗଲ ଭିତରକୁ ଚାଲିଯାଉଛି ।

ଭିଡିଓଟି କୌଣସି ଏକ ବନ୍ୟାଞ୍ଚଳରେ ରେକର୍ଡ କରାଯାଇଛି । କିଛି ଯାତ୍ରୀ ଜଙ୍ଗଲ ପରିଭ୍ରମଣ କରୁଥିବା ବେଳେ ଭିଡିଓଟିକୁ ରେକର୍ଡ କରିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଅନେକ ମାତ୍ରାରେ ଭାଇରାଲ ହୋଇଛି । କୁକୁରର ଆତ୍ମ ବିଶ୍ବାସ ଏବଂ ସାହସୀକତା ଯୋଗୁଁ ନିଶ୍ଚିତ ମୃତ୍ୟୁ ମୁଖରୁ ଫେରିଆସିଛି । କିଛି ୟୁଜର ଲେଖିଛନ୍ତି, ବାଘଟି ଅଧିକ ଭୋକିଲା ନଥିବାରୁ କୁକୁରକୁ ଆକ୍ରମଣ କରିନଥିଲା । କାରଣ ସାଧାରଣତଃ ବାଘଗୁଡିକ ଭୋକିଲା ଥିବା ସମୟରେ ଅଧିକ ହିଂସ୍ର ହୋଇଉଠନ୍ତି । ଆଉ ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, କୁକୁରର ଭାଗ୍ୟ ବେଶ୍‌ ଭଲ ଥିଲା । ମଜାଳିଆ ଢଙ୍ଗରେ କିଛି ୟୁଜର ଲେଖିଛନ୍ତି, ଏଭଳି ସ୍ଥିତିରେ କୁକୁରର ହାର୍ଟ ବିଟ୍‌ ୨ ଲକ୍ଷ୍ୟ ବିପିଏମ୍‌ ହୋଇଯାଇଥିବ ।

Leave a Reply

Your email address will not be published. Required fields are marked *