ନଜରରେ ଥିଲେ ନିଜର ୧୦୦ ଟେଷ୍ଟ ମ୍ୟାଚ ଖେଳୁଥିବା ଷ୍ଟାର ଖେଳାଳି କୋହଲି । କିନ୍ତୁ ନାଁ ନେଇ ଗଲେ ଜାଜେଡା । ଉଭୟ ବ୍ୟାଟିଂ ଓ ବୋଲିଂ ରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ଏକ ବିଶାଳ ବିଜୟ ଦେଇଛନ୍ତି ରକଷ୍ଟାର ଭାବେ ପରିଚିତ ଜଡୁ । ଭାରତ ପ୍ରମଣକାରୀ ଶ୍ରୀଲଙ୍କାକୁ ଏକ ଇନିଂସ ଓ ୨୨୨ ରନରେ ପରାସ୍ତ କରି ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ରେ ଆଗୁଆ ରହିଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ଯଥାକ୍ରମେ ୧୭୫ ରନ୍ ଓ ୯ ୱିକେଟ ନେଇଥିବା ଜାଡେଜା ମ୍ୟାନ୍ ଅଫ୍ ଦ୍ ମ୍ୟାଚ ବିବେଚିତ ହୋଇଛନ୍ତି ସେପଟେ ଉଭୟ ଇନିଂସରେ ଦମଦାର ପ୍ରଦର୍ଶନ କରି ୬ ୱିକେଟ ନେଇଥିବା ଅଶ୍ୱିନ ରେକର୍ଡ କରିଛନ୍ତି । ସେ ଭାରତର ଦ୍ୱିତୀୟ ସର୍ବାଧିକ ଟେଷ୍ଟ ୱିକେଟ ନେବାର ଗୌରବ ଅର୍ଜନ କରିଛନ୍ତି । ଅଶ୍ୱିନ ମୋଟ ୮୫ଟି ଟେଷ୍ଟରୁ ୪୩୬ଟି ୱିକେଟ ନେଇ ଦ୍ୱିତୀୟ ସ୍ଥାନରେ ଥିଲା ବେଳେ ଅନିଲ କୁମ୍ବଲେ ୧୩୨ଟି ଟେଷ୍ଟରୁ ୬୧୯ଟି ୱିକେଟ ନେଇ ପ୍ରଥମ ସ୍ଥାନରେ ରହିଛନ୍ତି । ଅନ୍ୟପଟେ ମହାନ ଅଲରାଉଣ୍ଡର କପିଳ ଦେବ ୧୩୧ ଟେଷ୍ଟରୁ ୪୩୪ ୱିକେଟ ନେଇ ତୃତୀୟ ସ୍ଥାନରେ ରହିଛନ୍ତି ।
ମୋହାଲିରେ ଅନୁଷ୍ଠିତ ଏହି ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୮ ୱିକେଟ ହରାଇ ୫୭୪ରନ୍ କରି ପାଳି ଘୋଷଣା କରିଥିଲା । ଏହାର ପ୍ରତିଉତ୍ତରରେ ଶ୍ରୀଲଙ୍କା ନିଜର ପ୍ରଥମ ଇନିସଂରେ ୧୭୪ରନ୍ କରି ଅଲଆଉଟ ହୋଇଥିଲା । ଫଳରେ ୪୦୦ ରନ୍ ପଛରେ ଥାଇ ଫଲୋଅନର ସମ୍ମୁଖୀନ ହୋଇଥିବା ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ୧୭୮ରନ କରି ଅଲଆଉଟ ହୋଇଥିଲା । ଫଳରେ ଶ୍ରୀଲଙ୍କା ଘରୋଇ ଭାରତ ଠାରୁ ଏକ ଇନିଂସ ଓ ୨୨୨ରନ୍ରେ ପରାସ୍ତ ହୋଇଛି । ଏହି ଦୁଇ ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ମାର୍ଚ୍ଚ ୧୨ରୁ ଆରମ୍ଭ ହେବ
2022-03-06

