ଜାଣନ୍ତୁ କାହିଁକି ଚର୍ଚ୍ଚାରେ ଫିଲ୍ମ ଦ କାଶ୍ମୀର ଫାଇଲ

ଏବେ ସାରା ଦେଶରେ ବେଶ୍ ଚର୍ଚ୍ଚାରେ ରହିଛି ହିନ୍ଦୀ ଫିଲ୍ମ ଦ କାଶ୍ମୀର ଫାଇଲ । ବିବେକ ଅଗ୍ନୀହୋତ୍ରୀ ନିର୍ଦ୍ଦେଶିତ ଫିଲ୍ମରେ ଅନୁପମ ଖେର ଓ ମିଥୁନ ଚକ୍ରବର୍ତ୍ତୀଙ୍କ ଅଭିନୟ ସମସ୍ତଙ୍କୁ ଯେତିକି ଆଶ୍ଚର୍ଯ୍ୟ ନକରିଛି ଏହି ଫିଲ୍ମର ବିଷୟବସ୍ତୁ ସମସ୍ତଙ୍କୁ ଚକିତ କରିଛି । ୧୯୯୦ ମସିହାରେ କାଶ୍ମୀରରେ ହିନ୍ଦୁ ମାନଙ୍କ ପ୍ରତି ହୋଇଥିବା ନରସଂହାରକୁ ଆଧାରି କରି ଏହି ଫିଲ୍ମ ପର୍ଯ୍ୟବେଶିତ । କିଭଳି କାଶ୍ମୀର ପଣ୍ଡିତଙ୍କୁ ମୁସଲିମ ସଂପ୍ରଦାୟ ତଥା ପାକିସ୍ତାନି ସମର୍ଥୀତ ଆତଙ୍କବାଦୀ ମାନେ ଦାରୁଣ ଦୁଃଖ ଦେଇ ହତ୍ୟା କରିଥିଲେ ତାହାର ନିଛକ ଛବି ଏ ଫିଲ୍ମରେ ଦେଖିବାକୁ ମିଳିଛି । ଏହି ଫିଲ୍ମ ସାରା ଦେଶରେ ହିନ୍ଦୁ ସଂପ୍ରଦାୟଙ୍କ ମନରେ ଏକ ଜାଗରଣ ସୃଷ୍ଟି କରିଛି । କିଭଳି ନିରୀହ ହିନ୍ଦୁଙ୍କୁ ବିନା କାରଣରେ ହତ୍ୟା କରାଯିବା ସହ ତଡା ଯାଇଥିଲା ତାହା ଦର୍ଶକଙ୍କ ରୋମ ଟାଙ୍କୁରୀ ଦେଉଛି । କାଶ୍ମୀର ପଣ୍ଡିତଙ୍କ ପ୍ରତି ହୋଇଥିବା ଅକଥନୀୟ ଅତ୍ୟାଚାରର ଦାରୁଣ ଚିତ୍ର ଦର୍ଶକଙ୍କ ଆଖିରୁ ଲୁହ ଗଡାଇ ଦେଉଛି । ଏହି ଫିଲ୍ମର ରିଲିଜ୍ ହେବାର ମାତ୍ର ୪ ଦିନରେ ୪୨ କୋଟିରୁ ଅଧିକ ଟଙ୍କା ବ୍ୟବସାୟ କରିସାରିଲାଣୀ । ସାରା ଭାରତର ବିଭିନ୍ନ ହଲରେ ଭରପୁର ଦର୍ଶକ ଦେଖିବାକୁ ମିଳିଛି । ଏମିତିକି କିଛି ରାଜ୍ୟରେ ଏହି ଫିଲ୍ମ ପ୍ରଦର୍ଷିତ ପାଇଁ ଟ୍ୟାକ୍ସ ଫି କରାଯାଇଛି । ଫିଲ୍ମ ମାଧ୍ୟମରେ ବର୍ତ୍ତମାନର ପିଢି ବା ଆଗାମୀ ପିଢି କାଶ୍ମୀରରେ ହିନ୍ଦୁ ମାନଙ୍କ ପ୍ରତି ହୋଇଥିବା ଅକଥନୀୟ ଅତ୍ୟାଚାର ସଂପର୍କରେ ଜାଣିପାରିବେ ବୋଲି ଏହାର ନିର୍ଦ୍ଦେଶକ ଅଗ୍ନୀହୋତ୍ରୀ କହିଛନ୍ତି । ଅନ୍ୟପଟେ ଏ ଫିଲ୍ମ ମୁସଲମାନଙ୍କୁ ନିଚ୍ଚା କରି ଉପସ୍ଥାପନ କରାଯାଇଛି ବୋଲି କିଛି କହିଛନ୍ତି । ଏହି ଐତିହାସିକ ଫିଲ୍ମରେ ଅଗ୍ନୀହୋତ୍ରୀ ନିର୍ଦ୍ଦେଶକ ସହିତ ସହପ୍ରଯୋଜକ ମଧ୍ୟ ରହିଛନ୍ତି । ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀଙ୍କ ସମେତ ଦର୍ଶନ କୁମାର, ପଲ୍ଲୀଭୀ ଯୋଶୀ, ଚିନ୍ମୟ ମାନ୍ଦେଲକର, ପ୍ରକାଶ ବେଲାୱାଡି ଓ ପୁନୀତ ଇଶରଙ୍କ ପରି କଳାକାର ରହିଛନ୍ତି । ଏହି ଫିଲ୍ମ ଚଳିତ ବର୍ଷର ବ୍ଲକବଷ୍ଟର ହେବ ବୋଲି ଫିଲ୍ମ ସମୀକ୍ଷକ ମାନେ କହୁଛନ୍ତି ।

Leave a Reply

Your email address will not be published. Required fields are marked *