ଭୁବନେଶ୍ୱରରେ କିଛି ଦିନ ହେବ କପିଲ ଶର୍ମା ଏକ ଚଚ୍ଚଚିତ୍ର ସୁଟିଂ କରୁଛନ୍ତି । ଏହି ଅବସରରେ ଆଜି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଅନେକ ଆଲୋଚନା କରିଛନ୍ତି କପିଲ ଶର୍ମା ।କେବଳ କପିଲ ନୁହଁନ୍ତି ବରଂ ଓଡ଼ିଆ ଝିଅ ତଥା ବଲିଉଡ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ନନ୍ଦିତା ଦାସ ମଧ୍ୟ ନବୀନଙ୍କୁ ଭେଟିଛନ୍ତି । ଉଭୟଙ୍କ ସହ ବେଶ କିଛି ସମୟ ଆଲୋଚନା କରିଥିଲେ ନବୀନ । ପରେ ଭାରତୀୟ ହକି ଟିମର ଏକ ଜର୍ସି ଉଭୟଙ୍କୁ ଉପହାର ଆକାରରେ ଦେଇଥିଲେ ନବୀନ । ଏହାସହ କପିଲଙ୍କୁ ଏକ କୋଣାର୍କ ଚକ୍ରର ପ୍ରତିମୂର୍ତ୍ତି ଦେଇଥିଲେ ନବୀନ ।ଏହି ସୌଜନ୍ୟମୂଳକ ସାକ୍ଷାତକାରରେ ଉପସ୍ଥିତ ରହିଥିଲେ ୫ଟି ସଚିବ ଭି.କେ ପାଣ୍ଡିୟାନ ।
କପିଲ ଶର୍ମା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଆଲୋଚନା ପରେ ଉଭୟ ବହୁତ ହସିଛନ୍ତି। କାରଣ କପିଲଙ୍କ ପ୍ରତିକଥାରେ କିଛିନା କିଛି କମେଡିର ତଡକା ରହିଥାଏ। ଯାହାକୁ ଶୁଣିବା ପରେ ତାଙ୍କ ପାଖରେ ଥିବା ବ୍ୟକ୍ତି କେବେବି ହସକୁ ରୋକି ପାରିନଥାଏ। ନବୀନ ଏବଂ କପିଲ ଭେଟ ସମୟରେ ମଧ୍ୟ ଏପରି କିଛି ହୋଇଛି ବୋଲି ଫଟୋରୁ ଅନୁମାନ କରାଯାଇପାରୁଛି।

