୫ଦଫା ଦାବି ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଜେଡି ବିଧାୟକ

ଭୁବନେଶ୍ୱର: ଚାଷୀଙ୍କ ପାଇଁ ରାସ୍ତାକୁ ଓହ୍ଲାଇଲେ ବିଜେଡି ବିଧାୟକ। ରାଜ୍ୟ ଚାଷୀଙ୍କ ସ୍ବାର୍ଥ ସମ୍ବଳିତ ୫ଦଫା ଦାବି ନେଇ ବିଧାନସଭା ପରିସରରୁ ରାଜଭବନ ଯାଏଁ ବିଜେଡି ବିଧାୟକ ଚାଲି ଚାଲି ଯାଇଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ, ଉଷୁନା ଚାଉଳ ଉଠାଣ ଓ ସାର ଯୋଗାଣ ଭଳି ୫ଦଫା ଦାବି ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଜେଡି ବିଧାୟକ। ଏଥିସହ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ବିଧାନସଭାରେ ଚାଷୀ ପ୍ରସଙ୍ଗରେ ଆଲୋଚନା କରାଇ ଦେଇନାହାନ୍ତି ବିରୋଧୀ। ପ୍ରତିବାଦରେ ବିଜେଡି ସଦସ୍ୟମାନେ ବିଧାନସଭା ପରିସରସ୍ଥିତ ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣ ଦେଇଥିଲେ। ଏହାପରେ ବିଧାନସଭା ପରିସରରୁ ରାଜଭବନ ଯାଏ ଚାଲି କରି ଯାଇ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଚାଷୀ ମାରଣନୀତିକୁ ଜୋରଦାର ବିରୋଧ କରିଛି ବିଜେଡି। ଶଶୀଭୁଷଣ ବେହେରା ଓ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି କେନ୍ଦ୍ର ରାଜ୍ୟକୁ ସଦାସର୍ବଦା ଅବହେଳା କରୁଛି |

Leave a Reply

Your email address will not be published. Required fields are marked *