ଅକ୍ଟୋବର ୧୦ରୁ ଆରମ୍ଭ ହୋଇ ନଭେମ୍ବର ୧୦ରେ ସମ୍ପୂର୍ଣ୍ଣ ହେଲା ଆମ ଓଡିଶା ନବୀନ ଓଡିଶା, ଏକ ମାସ ମଧ୍ୟରେ ୧୩ ଦିନର କାର୍ଯ୍ୟକ୍ରମରେ
ସମୁଦାୟ ୧୬.୫୦ ଲକ୍ଷ ଲୋକ ଭାଗ ନେଇଥିଲେ |କେନ୍ଦୁଝରରୁ ଆରମ୍ଭ ହୋଇଥିଲା, ଯାଜପୁରରେ ଉଦ୍ଯାପନ ହେଲା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ | ବିକାଶର ନୂଆ ଇତିହାସ ଲେଖୁଛି ଆମ ଓଡିଶା ନବୀନ ଓଡିଶା ,ଡିଜିଟାଲ ସଂଯୋଗ ସହିତ ଜଗନ୍ନାଥ ସଂସ୍କୃତିର ସମନ୍ୱୟ ସଶକ୍ତ ଓଡିଶାର ମାର୍ଗକୁ ପ୍ରଶସ୍ତ କରିଛି ଆମ ଓଡିଶା ନବୀନ ଓଡିଶା ବୋଲି କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ
ଅନ୍ତିମ ଦିନରେ କୋରାପୁଟ, ନୂଆପଡା ଓ ଯାଜପୁର ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ,କୋରାପୁଟର ୫ଟି ନିର୍ବାଚନମଣ୍ଡଳୀ ପାଇଁ ୧୨୦ କୋଟି – ୩୦୮୭ ପ୍ରକଳ୍ପ ,ନୂଆପଡାର ୨ଟି ନିର୍ବାଚନ ମଣ୍ଡଳୀ ପାଇଁ ୬୫.୫୦ କୋଟି – ୧7୬୫ ପ୍ରକଳ୍ପ ,ଯାଜପୁରର ୭ଟି ନିର୍ବାଚନ ମଣ୍ଡଳୀ ପାଇଁ ୧୫୫.୫୦ କୋଟି – ୪୧୦୯ ପ୍ରକଳ୍ପ ,ସାରା ରାଜ୍ୟରେ ଖର୍ଚ୍ଚ ହେବ ୩,୩୯୭ କୋଟି ଟଙ୍କା, ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା,
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମସ୍ତଙ୍କ ପାଖରେ ପହଞ୍ଚି ପାରିଛି, ଲୋକ ଯାହା ଚାହିଁଛନ୍ତି ମୁଖ୍ୟମନ୍ତ୍ରୀ ସେହି ପ୍ରକଳ୍ପ ଦେଇଛନ୍ତି, ବିକାଶର ଯାତ୍ରାରେ ସମସ୍ତେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି 5T ଓ ‘ନବୀନ ଓଡିଶା’ ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ

