2024 ସାଧାରଣ ନିର୍ବାଚନକୁ ଆଖିରେ ରଖି ରାଜ୍ୟ କଂଗ୍ରେସର ଟିକେଟ କସରତ। ଆଗୁଆ ଟିକେଟ୍ ଦେବା ପାଇଁ ଆଜି ବସିଛି ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟିର ବୈଠକ। ଓଡ଼ିଶା ପ୍ରଦେଶ ନିର୍ବାଚନ କମିଟି(ପିଇସି) ବୈଠକରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ପ୍ରଦେଶ ନିର୍ବାଚନ କମିଟିର ୨୩ ଜଣ ସଦସ୍ୟ ଉପସ୍ଥିତ ଅଛନ୍ତି। ପ୍ରଗମନ ଆପରେ ଟିକେଟ୍ ଆବେଦନ କରିଥିବା ନେତାଙ୍କ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଉଛି। ଏହା ପରେ ସ୍କ୍ରିନିଂ କମିଟିକୁ ପ୍ରାର୍ଥୀଙ୍କ ତାଲିକା ପଠାଯିବ। ବିଧାୟକ ପ୍ରାର୍ଥୀ ହେବା ପାଇଁ ୩ ହଜାର ଓ ସାଂସଦ ପ୍ରାର୍ଥୀ ହେବାକୁ ୭ଶହ ଆଶାୟୀ ଆବେଦନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦ଟି ଟିକେଟ ଘୋଷଣା କରିବ ରାଜ୍ୟ କଂଗ୍ରେସ। ମାର୍ଚ୍ଚ ପହିଲା ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରାଯିବ ବୋଲି ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ସଦସ୍ୟ ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଛନ୍ତି।
2024-02-19
