ବିଜୁ ବାବୁଙ୍କ ମୂର୍ତ୍ତି ଭଙ୍ଗା ଘଟଣାରେ ମାହାଙ୍ଗା ବିଧାୟକଙ୍କୁ ଗିରଫ କରାଯାଉ: ବିଜେଡି

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରୁ ମୁଣ୍ଡକୁ ଅଲଗା କରିବା ଭଳି ଲଜ୍ଜାଜନକ ଘଟଣାରେ ସମ୍ପୃକ୍ତ ଥିବା ମାହାଙ୍ଗା ବିଧାୟକ ସାରଦା ପ୍ରଧାନଙ୍କୁ ଗିରଫ କରାଯାଉ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ଼ ଲେନିନ ମହାନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ୩ ତାରିଖ ସନ୍ଧ୍ୟାରେ ରାଜ୍ୟ ସରକାର ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ କରାଯିବ ନାହିଁ ବୋଲି ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହାର କିଛି ଘଣ୍ଟା ପରେ ବିଳମ୍ବିତ ରାତିରେ ମାହାଙ୍ଗା ବିଧାୟକ ନିଜ ସମର୍ଥକଙ୍କ ଜରିଆରେ ମାହାଙ୍ଗା ବ୍ଲକ ଅନ୍ତର୍ଗତ ଉମର ଗାଁରେ ଗ୍ରାମବାସୀଙ୍କ ଦ୍ୱାରା ପ୍ରତିଷ୍ଠିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରୁ ମୁଣ୍ଡକୁ ଅଲଗା କରିଦେଇଥିଲେ । ଘଟଣା ଘଟିବାର ପରଦିନ ଏହା ଲୋକଲୋଚନକୁ ଆସିଲା ପରେ ରାଜ୍ୟବାସୀଙ୍କ ମଧ୍ୟରେ ପ୍ରବଳ ପ୍ରତିକି୍ରୟା ଦେଖା ଦେବାରୁ ପୋଲିସ୍ ଧର୍ମକୁ ଆଖିଠାର ସଦୃଶ ବିଧାୟକ ସାରଦା ପ୍ରଧାନଙ୍କ ୩ ଜଣ ସମର୍ଥକଙ୍କୁ ଗିରଫ କରିଛି । କିନ୍ତୁ ବିଜୁ ବାବୁଙ୍କ ଭଳି ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଓ ରାଜ୍ୟ ତଥା ଦେଶର ସ୍ୱାଧୀନତା ସଂଗ୍ରାମରେ ନିଜର ଅଦମ୍ୟ ସାହାସ ଦେଖାଇଥିବା ଜଣେ ରାଷ୍ଟ୍ରନାୟକଙ୍କ ପ୍ରତି ବିଜେପି ନେତାଙ୍କ ଏଭଳି ଲଜ୍ଜାଜନକ ଆଚରଣ ରାଜ୍ୟବାସୀଙ୍କୁ ମର୍ମାହତ କରିଛି ।
ଶ୍ରୀ ମହାନ୍ତି ଆହୁରି କହିଥିଲେ ଯେ, ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ତଥା ମହିଳାଙ୍କୁ ସଂରକ୍ଷଣ ଦେଇ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ବିଜୁ ବାବୁ ସର୍ବଦା ସ୍ମରଣୀୟ ହୋଇ ରହିବେ । ଯେତେବେଳେ ମହିଳାମାନଙ୍କୁ ପଞ୍ଚାୟତିରାଜ ବ୍ୟବସ୍ଥାରେ ସାମିଲ କରିବା ପାଇଁ ସମଗ୍ର ଦେଶରେ କେହି ଚିନ୍ତା କରିନଥିଲେ, ବିଜୁ ବାବୁ ପ୍ରଥମେ ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ । ଓଡ଼ିଶା ଭଳି ଏକ ଶାନ୍ତିପି୍ରୟ ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ଏଭଳି ବିଶୃଙ୍ଖଳା ଘଟଣାମାନ ବୃଦ୍ଧି ପାଇବାରେ ଲାଗିଛି । ବିଜୁ ବାବୁଙ୍କ ଭଳି ଜଣେ ମହାପୁରୁଷଙ୍କ ପ୍ରତି ଏଭଳି ଅକ୍ଷମଣୀୟ ଅପରାଧ ଘଟାଇଥିବା ବିଧାୟକ ସାରଦା ପ୍ରଧାନଙ୍କୁ ଗିରଫ କରିବା ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ନିଦେ୍ର୍ଦଶ ଦିଅନ୍ତୁ

Leave a Reply

Your email address will not be published. Required fields are marked *