ଛାତ୍ରୀ ଓ ନାରୀ ସୁରକ୍ଷା ପ୍ରସଙ୍ଗରେ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ଆନେ୍ଦାଳନ ଜାରି

ବିଜୁ ଛାତ୍ର ଓ ଯୁବ ଜନତା ଦଳର ଘୋଷଣା ଆଧାରରେ ଅଗଷ୍ଟ ୧ ରୁ ୮ ତାରିଖ ପର୍ଯ୍ୟନ୍ତ ଛାତ୍ରୀ ଓ ମହିଳାଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ ଦାବିରେ ଆଜି ଷଷ୍ଠ ଦିନରେ ରାଜ୍ୟର ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଟୁଥିବା ଛାତ୍ରୀ ଓ ନାରୀ ବିରୋଧୀ ଘଟଣାର ପ୍ରତିବାଦରେ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ରଣହୁଙ୍କାର ଦିଆଯାଇଛି । ଛାତ୍ରୀ ଓ ନାରୀଙ୍କ ଉପରେ ନିର୍ଯାତନା ଓ ଅପରାଧ ବିରୁଦ୍ଧରେ ତ୍ୱରିତ ଉପଯୁକ୍ତ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଦାବିରେ ପୋଲିସ ଡିଜିଙ୍କ ଉଦେ୍ଦଶ୍ୟରେ ନିକଟସ୍ଥ ଥାନା ଓ ଏସ୍ପି ଅଫିସରେ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ଆନେ୍ଦାଳନ ଜାରି ରହିଥିବା ବେଳେ ଏହି କ୍ରମରେ ଆଜି ଭୁବନେଶ୍ୱରର ମହର୍ଷି ମହାବିଦ୍ୟାଳୟ, କଳହାଣ୍ଡିର ମଦନପୁର ଓ ରାମପୁର ଡିଗ୍ରୀ ମହାବିଦ୍ୟାଳୟ, ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟ, କନ୍ଧମାଳ ଡିଗ୍ରୀ ମହାବିଦ୍ୟାଳୟ, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ, କଙ୍କଡ଼ାହାଡ଼ର ପରଜଙ୍ଗ ମହାବିଦ୍ୟାଳୟ, ଖୋର୍ଦ୍ଧାର ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ, କଟକର ବୀରେନମିତ୍ର ମହିଳା ମହାବିଦ୍ୟାଳୟ, ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟ, ଢେଙ୍କାନାଳର କାମାକ୍ଷାନଗର ମହାବିଦ୍ୟାଳୟ, ବାଲେଶ୍ୱରର ଶିମୁଳିଆ ମହାବିଦ୍ୟାଳୟ, ନୂଆପଡ଼ାର ସିନାପାଲି ମହାବିଦ୍ୟାଳୟ, ମୟୂରଭଞ୍ଜର ବେତନଟି ମହାବିଦ୍ୟାଳୟ, ଅନୁଗୁଳର ତାଳଚେର ମହାବିଦ୍ୟାଳୟ, ବ୍ରହ୍ମପୁରର ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଆନେ୍ଦାଳନରେ ସାମିଲ୍ ହୋଇଥିଲେ ।

Leave a Reply

Your email address will not be published. Required fields are marked *