ନବୀନଙ୍କ ଚିଠି ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଲା: ବିଜେଡି

ବିଜୁ ଜନତା ଦଳ ଓଡ଼ିଶାରେ ସାର ଯୋଗାଣ ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଜାରି ହୋଇଥିବା ପ୍ରେସ୍‌ ବିଜ୍ଞପ୍ତିକୁ ଗଭୀରତାର ସହିତ ଗ୍ରହଣ କରିଛି। ଗତକାଲି ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ଜେ.ପି. ନଡ୍ଡାଙ୍କୁ ଲେଖାଯାଇଥିବା ପତ୍ର ପରେ, ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି ଓ ରାଜ୍ୟ ସରକାର ଏହି ଦିଗରେ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା ସ୍ପଷ୍ଟ ହୋଇଛି ବୋଲି ବିଜେଡି କହିଛି।
ବିଳମ୍ବରେ ନିଆଯାଇଥିବା ପଦକ୍ଷେପରୁ ସ୍ପଷ୍ଟ ହେଉଛି ଯେ, ରାଜ୍ୟ ସରକାର ଶେଷରେ ଲକ୍ଷାଧିକ କୃଷକଙ୍କୁ ପ୍ରଭାବିତ କରୁଥିବା ସମସ୍ୟାକୁ ଗୁରୁତ୍ୱର ସହିତ ନେବାକୁ ବାଧ୍ୟ ହୋଇଛନ୍ତି। କିନ୍ତୁ, ଘୋଷିତ ବ୍ୟବସ୍ଥାଗୁଡ଼ିକ ପରିସ୍ଥିତିର ଗୁରୁତ୍ୱ ଦୃଷ୍ଟିରୁ ବିଳମ୍ବରେ ଦିଆ ଯାଇଥିବା ବେଳେ, ଏହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ। ରାଜ୍ୟର କୃଷକମାନେ ସରକାରଙ୍କ ଠାରୁ ଉପଯୁକ୍ତ ସୁବିଧା ପାଇବା ପାଇଁ ହକଦାର। କିନ୍ତୁ, ଏହାକୁ ଯୋଜନାବଦ୍ଧ ଭାବେ ଠିକ ସମୟରେ କୃଷକଙ୍କ ନିକଟରେ ପହଞ୍ଚାଇବା ରାଜ୍ୟ ସରକାରଙ୍କ ଦାୟିତ୍ୱ।
ରାଜ୍ୟର କୃଷକ ସମୁଦାୟଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ବିଜୁ ଜନତା ଦଳ ସମର୍ପିତ। ବିଜୁ ଜନତା ଦଳ ସବୁବେଳେ କୃଷକ ମାନଙ୍କ ସହିତ ଥିଲା ଓ ରହିବ ମଧ୍ୟ। ରାଜ୍ୟ ସରକାର କୃଷକମାନଙ୍କ ଜୀବିକାକୁ ସୁରକ୍ଷା କରିବା ପାଇଁ ଉପଯୁକ୍ତ ଦୀର୍ଘମିଆଦୀ ବ୍ୟବସ୍ଥା ତୁରନ୍ତ କରନ୍ତୁ ବୋଲି ବିଜେଡି ଦାବି କରୁଛି।

Leave a Reply

Your email address will not be published. Required fields are marked *