ର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଜନ୍ମ ଦିନ ରେ ପ୍ରଶଂସକ ଙ୍କ ଭିଡ଼

ର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଜନ୍ମ ଦିନ ର ଶୁଭେଚ୍ଛା ଜଣାଇବା ପାଇଁ ଆଜି ସନ୍ଧ୍ୟା ରେ ପ୍ରଶଂସକ ମାନଙ୍କ ଭିଡ଼ ଜମି ଥିଲା |
ବିଜୁ ଜନତା ଦଳ ର ନେତା ଓ କର୍ମୀ ମାନଙ୍କ ସମେତ ସମାଜ ର ବିଭିନ୍ନ ବର୍ଗ ର ଜନସାଧାରଣ ଶ୍ରୀ ପଟ୍ଟନାୟକ ଙ୍କୁ ଭେଟି ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ | ଶ୍ରୀ ପଟ୍ଟନାୟକ ଶୁଭେଚ୍ଛା ଗ୍ରହଣ କରି ତାଙ୍କ ପ୍ରତି ଲୋକ ଙ୍କ ର ଏହି ସ୍ନେହ ଓ ସଦିଚ୍ଛା ପାଇଁ କୃତଜ୍ଞତା ଜଣାଇଥିଲେ.

ଜନ୍ମ ଦିନ ଅବସରରେ ଶ୍ରୀ ପଟ୍ଟନାୟକ ଙ୍କୁ ଓଡିଶା ର ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ସମେତ ବିଭିନ୍ନ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ମାନେ ମଧ୍ୟ ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ

Leave a Reply

Your email address will not be published. Required fields are marked *