ପଲ୍ୟୁସନ ସାର୍ଟିଫିକେଟ ପ୍ରସଙ୍ଗରେ ବିଜୁ ଯୁବ ଛାତ୍ର
ଜନତା ଦଳର ଆନ୍ଦୋଳନ

ରାଜ୍ୟରେ ଯାନବାହାନର ପଲ୍ୟୁସନ ସାର୍ଟିଫିକେଟ ପାଇଁ ରାଜ୍ୟ ସରକାରଙ୍କ ଅନ୍ଧ ନୀତି ଯୋଗୁଁ ରାଜ୍ୟରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି, ଯାହାକୁ ନେଇ ସମଗ୍ର ରାଜ୍ୟବାସୀ ଦହଗଞ୍ଜର ଶିକାର ହେଉଛନ୍ତି । ଏହି ଅନ୍ଧ ନୀତିର ତୁରନ୍ତ ପ୍ରତ୍ୟାହାର ଦାବିରେ ଆଜି ବିଜୁ ଯୁବ ଓ ଛାତ୍ର ଜନତା ଦଳ ଭୁବନେଶ୍ୱରର ଆରଟିଓ-୧ ଅଫିସ ସମ୍ମୁଖରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜନ କରିଛି । ରାଜ୍ୟ ସରକାରଙ୍କ ଏହି ବିବାଦୀୟ ନିଷ୍ପତ୍ତିକୁ ବିଶେଷକରି ପଲୁ୍ୟସନ ସାର୍ଟିଫିକେଟ ନାହିଁ ତ ତେଲ ନାହିଁ ଓ ପୁରୁଣା ଫାଇନ ପୈଠ ନହେବା ପର୍ଯ୍ୟନ୍ତ ପଲୁ୍ୟସନ ସାର୍ଟିଫିକେଟ ପ୍ରଦାନ କରାଯିବ ନାହିଁକୁ ତୁରନ୍ତ ପ୍ରତ୍ୟାହାର ନକଲେ, ବିଜୁ ଯୁବ ଛାତ୍ର ଜନତା ଦଳ ରାଜ୍ୟବ୍ୟାପୀ ଏହି ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ଘୋଷଣା କରିଛନ୍ତି ।
ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦ ସଭାରେ ରାଜ୍ୟ ବିଜେପି ସରକାରଙ୍କ ଏହି ଅନ୍ଧ ନୀତିର ତୀବ୍ର ସମାଲୋଚନା କରାଯିବା ସହିତ ରାଜ୍ୟ ସରକାରଙ୍କ ବିଫଳତାର ଲମ୍ୱା ତାଲିକା ପ୍ରଦାନ କରାଯାଇଥିଲା । ଯୁବ ସଭାପତି ଶ୍ରୀ ଚିନ୍ମୟ ସାହୁ କହିଥିଲେ, ରାଜ୍ୟ ବିଜେପି ସରକାର ଲୋକଙ୍କୁ ଧାଡିରେ ଛିଡା କରି ହନ୍ତସନ୍ତ କରିବାରେ ଆନନ୍ଦ ପାଉଛନ୍ତି । ସୁଭଦ୍ରା ଯୋଜନା ଦେବାବେଳେ ଏଥିରେ ସାମିଲ କରିବା ପାଇଁ ମହିଳା ମାନଙ୍କୁ ଧାଡିରେ ଛିଡା କଲେ । ଲୋକେ ରାସନ ପାଇବା ପାଇଁ ଲାଇନରେ ଛିଡା ହେଉଛନ୍ତି । ଚାଷୀ ମଣ୍ଡିରେ ଧାନ ଦେବା ପାଇଁ ଆଜି ରାଜରାସ୍ତାରେ ଛିଡା ହୋଇଛନ୍ତି । ଏବେ ପଲୁ୍ୟସନ ସାର୍ଟିଫିକେଟ ପାଇଁ ରାଜରାସ୍ତାରେ ଛିଡା ହେବାକୁ ପଡୁଛି । ସରକାରଙ୍କ ତୋଗଲକି ନିଷ୍ପତ୍ତି ଯୋଗୁଁ ରାଜ୍ୟବାସୀ ଅତିଷ୍ଟ ହୋଇପଡିଲେଣି ।
ଛାତ୍ର ସଭାନେତ୍ରୀ ଇପ୍ସିତା ସାହୁ କହିଥିଲେ, ସୁଶାସନର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ରାଜ୍ୟ ବିଜେପି ସରକାର ରାଜ୍ୟବାସୀଙ୍କୁ ଶୋଷଣ କରିବାରେ ଲାଗିଛି । ପଲୁ୍ୟସନ ସାର୍ଟିଫିକେଟ ନାମରେ ନୂଆ ଶୋଷଣ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ପଲୁ୍ୟସନ ସାର୍ଟିଫିକେଟ ନଥିଲେ ତେଲ ମିଳିବ ନାହିଁ ବୋଲି ସରକାର ନେଇଥିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବେଆଇନ । ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ । ଏହାଛଡା ଫାଇନ ପୈଠ ନହେଲେ ପଲୁ୍ୟସନ ସାର୍ଟିଫିକେଟ ପ୍ରଦାନ କରାଯିବ ନାହିଁ ବୋଲି ସରକାର ନେଇଥିବା ନିଷ୍ପତ୍ତି ମଧ୍ୟ ଗ୍ରହଣୀୟ ନୁହେଁ । ୧୮ ମାସର ଶାସନରେ ବିଜେପି ସରକାର ରାଜ୍ୟର ଆର୍ଥିକ ସ୍ଥିତିକୁ ଦେବାଳିଆ ଆଡ଼କୁ ନେଇଥିବା ବେଳେ ବର୍ତ୍ତମାନ ଲୋକଙ୍କୁ ଶୋଷଣ କରିବାକୁ ବସିଛନ୍ତି । ରାଜ୍ୟ ସରକାର ତାଙ୍କ ଏହି ଅନ୍ଧ ନୀତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ, ନଚେତ ବିଜୁ ଯୁବ ଛାତ୍ର ଜନତା ଦଳ ରାଜ୍ୟବ୍ୟାପୀ ଏହି ଆନେ୍ଦାଳନକୁ ଅଧିକ ବ୍ୟାପକ କରିବ ।
ଏହି କାର୍ଯ୍ୟକ୍ରମରେ ଯୁବ ଛାତ୍ର ନେତୃବୃନ୍ଦ ଯଥା ଏସ୍.କେ ଅମିର୍ ମହମ୍ମଦ, ପ୍ରଶାନ୍ତ ପଣ୍ଡା, ଅମରଜିତ୍ ସେନାପତି, ସୋଫିଆ ଆଲମ୍, ଶୁଭ୍ରାଂଶୁ ମିଶ୍ର, ଦୀପକ ମହାପାତ୍ର, ଶୁଭ୍ରଜିତ୍ ପାଢ଼ୀ, ସ୍ମୃତିରଞ୍ଜନ ପଟ୍ଟନାୟକ, ଦୀପକ ଜେନା, ସତ୍ୟଜିତ ପଟ୍ଟନାୟକ, ସଂଜିତ୍ ମହାନ୍ତି, ଲଗ୍ନାଦିପ ମିଶ୍ର, ମନୋଜ ସେନାପତି, ମନୋଜ ମହାନ୍ତି, ବିଜୟ କେତନ ସାହୁ, ଅମ୍ୱିକା ପ୍ରସାଦ ଦାସ, ଆଶିଷ ସାହୁ, ସୌମ୍ୟରଂଜନ ତ୍ରିପାଠୀ, ଦୀପକ ସାହୁ, ଦୀପକ ବେହେରା, ଜଗନ୍ନାଥ ଲେଙ୍କା, ଅଂଶୁମାନ ରଶ୍ମୀ ସାଗର, ସ୍ୱଦେଶ ରଞ୍ଜନ ସିଂହ, ସତ୍ୟଜିତ ଦାସ, ଅବିନାଶ ପ୍ରଧାନ, ସୁକାନ୍ତ ନାୟକ, ସୁଦୀପ୍ତ ସାମଲ, ନୀଳମାଧବ ମହାନ୍ତି, ଅମରଜିତ୍ ଗଜେନ୍ଦ୍ର, ପ୍ରଫୁଲ୍ଲ ନାୟକ, ଚିନ୍ମୟୀ ପଣ୍ଡା, ସୋନାଲି ପ୍ରିୟଦର୍ଶିନୀ, ରଶ୍ମୀରେଖା ମଲିକ୍, ସୌମ୍ୟ ସାର୍ଥକ ରାୟ, ବିଶ୍ୱରଂଜନ ବାଗ, ପୃଥ୍ୱୀରାଜ ପଣ୍ଡା, ବିଶ୍ୱରଂଜନ ଭୂୟାଁ, ଅନନ୍ତ ବେହେରା, ଦୀପକ ମହାପାତ୍ର, ସୁଧାଂଶୁ ରଣା, ଲୋରା ମହାପାତ୍ର, ଅରୂପ ଶ୍ରୀଚନ୍ଦନ, ମନୋରଞ୍ଜନ ସ୍ୱାଇଁ, ବିକାଶ ସାହୁ, ଚିନ୍ମୟ ଦାସ, ବାବୁ ଖାଁ, ରକି ଦାସ, ସୁଜିତ୍ ପାଲଟାସିଂହ, ଅମିତ୍ ଜେନା, ଅଶୋକ ନାୟକ, ସୌମ୍ୟ ରଞ୍ଜନ ମହାପାତ୍ର, ସ୍ନେହାଶିଷ ଜେନା, ସାଗର ବଳବନ୍ତରାୟ, ଦିବ୍ୟ ରଞ୍ଜନ ସିଂହ ସେଠୀ, ଏସ୍. କେ ନୱାଜ, ତବ୍ରେଜ୍ ଖାଁ, ଫତିମା ଖାତୁନ୍, ସମିମ୍ ଅଖତର୍, ଦେବସ୍ମିତା ଦାସ, ଦୀପକ ମହାପାତ୍ର, ସାଇରାମ୍ ସେଠୀ, ଶୁଭ୍ରାଂଶୁ ବେହେରା, ସଚ୍ଚିକାନ୍ତ ରାଉତ, ବିଶ୍ୱଜିତ୍ ଜେନା, ଦିପ୍ତେନ୍ଦୁ ଚୌଧୁରୀ, ଫାନ୍ସି ସାମନ୍ତସିଂହାର, ସଚ୍ଚିକାନ୍ତ ସାହୁ, ପ୍ରଦୁ୍ୟମ୍ନ ମହାନ୍ତି, ସିପୁଲ ସ୍ୱାଇଁଙ୍କ ସହ ୧ ହଜାରରୁ ଊଦ୍ଧ୍ୱର୍ ଯୁବ ଓ ଛାତ୍ର ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *