ବିଜେଡି ବିଧାୟକ ମାନଙ୍କ ସହ ନବୀନ ପଟ୍ଟନାୟକଙ୍କ ଆଲୋଚନା

ଆଜି ସନ୍ଧ୍ୟା ରେ ନବୀନ ନିବାସ ରେ ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ର ୯ ଜଣ ବିଧାୟକ ମାନଙ୍କୁ ଭେଟି ସେମାନଙ୍କ ନିର୍ବାଚନ ମଣ୍ଡଳୀ ର ସମସ୍ୟା ଓ ଦଳୀୟ ସଂଗଠନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ତୃଣମୂଳ ସ୍ତରରେ ଦଳର ସଂଗଠନ କୁ ମଜବୂତ କରିବା ସହ ସାଧାରଣ ଲୋକଙ୍କ ସମସ୍ୟା ର ଅଗ୍ରାଧିକାର ଭିତ୍ତି ରେ ସମାଧାନ କରିବାକୁ ଶ୍ରୀ ପଟ୍ଟନାୟକ ବିଧାୟକ ମାନଙ୍କୁ ପରାମର୍ଶ ଦେଇଥିଲେ। ସେମାନଙ୍କ ନିର୍ବାଚନ ମଣ୍ଡଳୀ ର ବିକାଶ କାମ ବିଷୟ ରେ ମଧ୍ୟ ସେ ପଚାରି ବୁଝି ଥିଲେ.। ବିଜୁ ଜନତା ଦଳ ର ଆଦର୍ଶ ରେ ଲୋକଙ୍କ ସେବା ଜାରି ରଖିବା ପାଇଁ ଶ୍ରୀ ପଟ୍ଟନାୟକ ଏହି ଅବସରରେ ବିଧାୟକ ମାନଙ୍କୁ ପରାମର୍ଶ ଦେଇଥିଲେ।
ଆଜିର ବୈଠକ ରେ ବିଧାୟିକା ମନୋରମା ମହାନ୍ତି ,ବିଧାୟକ ସର୍ବଶ୍ରୀ ନିରଞ୍ଜନ ପୂଜାରୀ,ଅଶ୍ବିନୀ ପାତ୍ର,ବ୍ରଜକିଶୋର ପ୍ରଧାନ,ବ୍ୟୋମକେଶ ରାୟ,ସଂଜୀବ ମଲ୍ଲିକ,ଚକ୍ରମଣି କଂହର,ଗୌତମ ବୁଦ୍ଧ ଦାସ,ଓ ମାଧବ ଧଡ଼ା ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଭାଗ ନେଇଥିଲେ।

Leave a Reply

Your email address will not be published. Required fields are marked *