ଶଙ୍ଖ ଭବନରେବିଜୁ ବାବୁଙ୍କ ୧୧୦ ତମ ଜୟନ୍ତୀ ପାଳିତ

ଆଜି ମହାନ ଜନନାୟକ ବିଜୁ ବାବୁଙ୍କ ଜନ୍ମ ଦିବସ । ଏହି ଅବସରରେ ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ବିଜୁବାବୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି କହିଥିଲେ ଯେ , ବିଜୁ ବାବୁ ଥିଲେ ଓଡିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ସୁବର୍ଣ୍ଣ ସେତୁ । ସେ କେବଳ ଆମ ଅତୀତ ଗୌରବ କୁ ନେଇ ଗର୍ବ କରୁ ନ ଥିଲେ । ଆମର ଉତ୍ତର ପିଢ଼ି ପାଇଁ ଏକ ସମୃଦ୍ଧ ଭବିଷ୍ୟତର ଯୋଜନା ମଧ୍ୟ କରିଥିଲେ । ବିଜୁ ବାବୁ କେବଳ ଜଣେ ରାଜନେତା ନ ଥିଲେ। He represents Odia emotion.ଓଡିଆ ସ୍ୱାଭିମାନ ଥିଲା ତାଙ୍କର ସବୁଠାରୁ ବଡ ଶକ୍ତି ।ଓଡିଶାର ବିକାଶ ଠାରୁ ଆରମ୍ଭ କରି ମହିଳା ସଶକ୍ତିକରଣ ତଥା ପଞ୍ଚାୟତିରାଜ ବ୍ୟବସ୍ଥାକୁ ତାଙ୍କର ଅବଦାନକୁ କେହି ଭୁଲି ପାରିବେ ନାହିଁ । ଲୋକଙ୍କ ଶକ୍ତିକୁ ସମ୍ମାନ ଦେଉଥିବା ନେତା ହିଁ ପଂଚାୟତି ରାଜ ବ୍ୟବସ୍ଥା କୁ ମଜବୁତ କରି ପାରିବ । ପଂଚାୟତି ରାଜ ବ୍ୟବସ୍ଥା ଦୁର୍ବଳ ହେଲେ ଲୋକଙ୍କ ଭରସା ମଧ୍ୟ ନଷ୍ଟ ହୋଇଥାଏ । ବିଜୁ ବାବୁଙ୍କ ଆଦର୍ଶରେ ବିଜୁ ଜନତା ଦଳ ପଂଚାୟତି ରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ପାଇଁ ଜନ ସଚେତନା ସୃଷ୍ଟି କରିବ । ତାହା ହିଁ ହେବ ବିଜୁ ବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ।

ଏହି କାର୍ଯ୍ୟକ୍ରମରେ ଦଳର ବହୁ ବରିଷ୍ଠ ନେତା ,ଯୁବ ,ଛାତ୍ର , ମହିଳା ପଦାଧିକାରୀ ଯୋଗଦେବା ସହ ବହୁ ବିଜୁପ୍ରେମୀ ଯୋଗ ଦେଇଥିଲେ

Leave a Reply

Your email address will not be published. Required fields are marked *