ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଜେଡି ଲିଗାଲ ଫ୍ରଣ୍ଟ

ବିଜେଡି ଲିଗାଲ ଫ୍ରଣ୍ଟର ସଭ୍ୟମାନେ ଆଜି ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।
ଏହି ଆଲୋଚନା ସମୟରେ ଶ୍ରୀ ପଟ୍ଟନାୟକ ବିଜେଡି ଲିଗାଲ ଫ୍ରଣ୍ଟକୁ ଆହୁରି ମଜବୁତ୍‌ କରିବା ପାଇଁ ପରାମର୍ଶ ହେଇଥିଲେ । ସେହିପରି ସାଧାରଣ ଲୋକ ଙ୍କୁ ନ୍ୟାୟ ଦେବାରେ ସରକାର ଅବହେଳା କରୁଥିବାରୁ ସାଧାରଣ ଲୋକଙ୍କ ପାଇଁ ସ୍ୱର ଉଠାଇବାକୁ ଶ୍ରୀ ପଟ୍ଟନାୟକ Legal Front ର ସଭ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହା ସହିତ ସାଧାରଣ ଲୋକ ଯେପରି ବ୍ୟବସ୍ଥାରୁ ନ୍ୟାୟ ପାଇ ପାରିବ ସେଥି ପ୍ରତି ବିଶେଷ ଧ୍ୟାନ ଦେବା ଉପରେ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଥିଲେ । ଏହା ସହିତ ଆଇନ ସହାୟତା ଆବଶ୍ୟକ କରୁଥିବା ଗରିବ ଲୋକଙ୍କୁ ମଧ୍ୟ ମାଗଣାରେ ଆଇନ ସହାୟତା ଯୋଗାଇ ଦେବା ପାଇଁ ଶ୍ରୀ ପଟ୍ଟନାୟକ ବିଜେଡି ଲିଗାଲ ଫ୍ରଣ୍ଟ ସଭ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ ।
ଏହି ସାକ୍ଷାତ ସମୟରେ ବିଜେଡି ଲିଗାଲ ଫ୍ରଣ୍ଟର ସଦସ୍ୟ ଶ୍ରୀ ମିଲନ କାନୁନଗୋ, ଶ୍ରୀ ମନୋଜ ବର୍ମା, ଶ୍ରୀ ସିଦ୍ଧାର୍ଥ ଦାସ ଓ ଶ୍ରୀ ସୁରେଶ ବାରିକଙ୍କ ସହିତ ଅନ୍ୟମାନେ ଯୋଗେ ଦେଇ ବିଜେଡି ଲିଗାଲ ଫ୍ରଣ୍ଟ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରରେ କିଭଳି ଆହୁରି ମଜବୁତ୍‌ ହୋଇ ପାରିବ, ସେ ସମ୍ପର୍କରେ ଦଳ ସଭାପତିଙ୍କୁ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ ।

Leave a Reply

Your email address will not be published. Required fields are marked *