ଶଙ୍ଖ ଭବନରେ ଆସନ୍ତା ଜୁନ୍ ୧୦ରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ

ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ୨୦୨୪ ଗତ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିବା ପ୍ରାର୍ଥୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶଙ୍ଖ ଭବନରେ ଅନୁଷ୍ଠିତ ହେବ । ଏହି ବୈଠକ ଜୁନ୍ ୧୦ ତାରିଖ ଅପରାହ୍ନ ୪ଟାରେ ଆରମ୍ଭ ହେବ । ଦଳର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ବୈଠକର ଅଧ୍ୟକ୍ଷତା କରିବେ । ଦଳୀୟ ସାଙ୍ଗଠନିକ ପରିଚାଳନା ଓ ଏସ୍ଆଇଆର ସଂପର୍କିତ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଆଲୋଚନା କରିବା ସହ ସାଂପ୍ରତିକ ସମୟରେ ରାଜ୍ୟ ସରକାରଙ୍କ ପ୍ରଶାସନିକ ପରିଚାଳନାରେ ବିଫଳତା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଓ ନାରୀ ନିର୍ଯାତନା ଉପରେ ଦଳୀୟ ନେତୃବୃନ୍ଦଙ୍କ ସହିତ ବିସ୍ତୃତ ଆଲୋଚନା କରିବେ ।

Leave a Reply

Your email address will not be published. Required fields are marked *