ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ସାମିଲ ହେଲେ କଟକ ଚୌଦ୍ୱାର ନିର୍ବାଚନମଣ୍ଡଳୀର ବହୁ ନେତୃମଣ୍ଡଳୀ

କଟକ ଚୌଦ୍ୱାର ନିର୍ବାଚନ ମଣ୍ଡଳୀର ନେତୃବର୍ଗ ମାନେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସ ଠାରେ ଭେଟିଛନ୍ତି । କଟକ ଜିଲ୍ଲା ସଭାପତି ଶ୍ରୀ ପ୍ରଫୁଲ ସିଂଙ୍କ ନେତୃତ୍ୱରେ ନେତୃବର୍ଗମାନେ ସାକ୍ଷାତ୍ କରିଥିଲେ । ଏହି ଅବସରରେ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଏକଜୁଟ ହୋଇ ଜନସାଧାରଣଙ୍କ ସେବା ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ଲୋକଙ୍କ ସହ ସବୁବେଳେ ଜଡିତ ରହି ଦଳୀୟ ସଙ୍ଗଠନକୁ ସୃଦୁଢ଼ କରିବାକୁ କହିଥିଲେ ।
ପୂର୍ବରୁ ଚୌଦ୍ୱାର ପୌରପାଳିକା ନଗରପାଳ ଶ୍ରୀମତୀ ମାନସୀ ସ୍ୱର୍ଣ୍ଣପ୍ରଭା ସାମଲଙ୍କ ନେତୃତ୍ୱରେ ବିଜେଡି କାଉନସିଲର ବୃନ୍ଦ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । କଟକ ସହର ଜିଲ୍ଲା କାର୍ଯ୍ୟକାରି ସଭାପତି ଜୟଦେବ ଜେନା, ରାଜ୍ୟ ସାଧାରଣ ସମ୍ପାଦକ ପ୍ରଦୀପ୍ତ ଖୁଣ୍ଟିଆ, ସାଧାରଣ ସମ୍ପାଦକ ଶିଶିର ପରିଜା, ଚିରଞ୍ଜୀବ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ତାପସ ମହାନ୍ତି, ଚୌଦ୍ୱାର ସଭାପତି ପ୍ରେମଚାନ୍ଦ ନାୟକ, ସ୍ମୃତିରଂଜନ ନାୟକ ପ୍ରମୁଖ ଭେଟି ଆଲୋଚନା କରିଥିଲେ ।
ଦୁଇ ଦିନ ପୂର୍ବରୁ ଶ୍ରୀମତୀ ସାମଲଙ୍କ ନେତୃତ୍ୱରେ ବିଜେଡି କାଉନସିଲର ମାନେ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଉକ୍ତ ସମୟରେ ଆସି ପାରିନଥିବା କାଉନସିଲର ଆଶୁତୋଷ ଦାସ, ବିଜୟ ସାହୁ, ବିମଳ କୁମାର ବେଉରା, ପ୍ରଭାତ ବେହେରା, ସୁବ୍ରତ ସାମଲ, ଅଜୟ କୁମାର ବେହେରା, ବିଜୟ କୁମାର ମଲ୍ଲିକ, ବିଷ୍ଣୁ ସାହୁ, ବାବୁଲି ରଣା, ଅଜୟ ମହାନ୍ତି, ନିମାଇଁ ବିଶ୍ୱାଳ, ବିଭୂତି ସ୍ୱାଇଁ, ରଂଜିତା କାହାଳୀ, ମିତାଲି ଭଞ୍ଜ ଓ ଅନ୍ୟ ମାନଙ୍କ ସହ ଆଜି ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ମହାନ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଚୌଦ୍ୱାର ସହ ବିଜୁ ବାବୁଙ୍କର ଆବେଗିକ ସମ୍ପର୍କ ରହିଥିଲା ଏବଂ ଚୌଦ୍ୱାର ବିକାଶରେ ବିଜୁ ବାବୁଙ୍କର ବିଶେଷ ଅବଦାନ ଥିଲା । ତେଣୁ ଚୌଦ୍ୱାରର ସ୍ୱାଭିମାନ ଓ ବିକାଶ ପାଇଁ ଉଦ୍ୟମ ଜାରି ରଖିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ ।
ବିଜୁ ଜନତା ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ କଟକ ମହାନଗର ନିଗମ ଅଞ୍ଚଳର ନାରୀ ନେତ୍ରୀ କବିତା ଖଣ୍ଡେଇ, ଅନ୍ନପୂର୍ଣ୍ଣା ବେହେରା, ଯୁବନେତା ଦେବାଶିଷ ସାହୁ ଓ ଅନ୍ୟ ନାରୀ ନେତ୍ରୀ ମାନେ ବିଜେଡିରେ ସାମିଲ ହେଇଛନ୍ତି । ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ବିଜେଡିକୁ ସ୍ୱାଗତ କରାଯାଇଛି । ଏହି କାର୍ଯ୍ୟକ୍ରମରେ କଟକ ଚୌଦ୍ୱାରର ସମସ୍ତ ନେତୃବର୍ଗ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *