ଶଙ୍ଖ ଭବନରେ ବିଜେଡି ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ

ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହାପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଦେଶର ଏକତା, ଅଖଣ୍ଡତା ଓ ସମୃଦ୍ଧିକୁ ଏକତ୍ରିତ ରଖିବା ପାଇଁ ସମସ୍ତେ ପ୍ରୟାସ ଜାରି ରଖିବାକୁ ଆହ୍ୱାନ ଜଣାଇଥିଲେ । ଦେଶାତ୍ମବୋଧକ ସ୍ଲୋଗାନରେ ପରିସର ପ୍ରକମ୍ପିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ବିଧାୟକ, ନିର୍ବାଚନମଣ୍ଡଳୀ, ବ୍ଳକ ଓ ପୌରାଞ୍ଚଳର ଦଳୀୟ ପଦାଧିକାରୀ, ଜନପ୍ରତିନିଧି, କର୍ମକର୍ତ୍ତାମାନେ ଉପସ୍ଥିତି ଥିଲେ । ମହାନ ଦିବସ ପ୍ରାରମ୍ଭରେ ଦେଶମାତୃକାର ସ୍ୱାଧୀନତା ପାଇଁ ଜୀବନ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସଂଗ୍ରାମୀ ବରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ ପୂର୍ବକ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ସ୍ୱାଧୀନତା ସଂଗ୍ରାମୀଙ୍କ ଅତୁଳନୀୟ ତ୍ୟାଗ, ସଂଘର୍ଷ ଓ ବଳିଦାନକୁ ସ୍ମୃତି ଚାରଣ କରାଯାଇଥିଲା । ଦେଶର ଏକତା, ଅଖଣ୍ଡତାକୁ ସୁଦୃଢ଼ ରଖିବାକୁ ଉପସ୍ଥିତ ସମସ୍ତେ ପ୍ରତିଶୃତିବଦ୍ଧ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଡ. ସଂତୃପ୍ତ ମିଶ୍ର, ଶ୍ରୀ ଅଶୋକ ପଣ୍ଡା, ଶ୍ରୀ ଅନନ୍ତ ନାରାୟଣ ଜେନା, ଶ୍ରୀ ସୁଶାନ୍ତ ରାଉତ, ଶ୍ରୀମତୀ ସୁଲୋଚନା ଦାସ, ଶ୍ରୀମତୀ ସୁଲତା ଦେଓ, ଶ୍ରୀ ସୁଦାମ ମାର୍ଣ୍ଡି, ଶ୍ରୀ ପ୍ରଦୀପ ଅମାତ୍, ଶ୍ରୀମତୀ ସ୍ନେହାଙ୍ଗୀନୀ ଛୁରିଆ, ଶ୍ରୀ ଚିନ୍ମୟ ସାହୁ, ଇପ୍ସିତା ସାହୁ, ଶ୍ରୀ ମୁନ୍ନା ଖାନ୍ , ଶ୍ରୀ ପ୍ରଣବ ବଳବନ୍ତରାୟ, ମନ୍ମଥ ରାଉତରାୟ, ରାଜେନ୍ଦ୍ର ସାହୁ, ଶ୍ରୀ ଭ୍ରୁଗୁ ବକ୍ସିପାତ୍ର, ଶ୍ରୀମତି ଶର୍ମିଷ୍ଠା ସେଠୀ, ଶ୍ରୀ ବିଜୟ ନାୟକ, ଡ ଲେନିନ ମହାନ୍ତି, ଡ ପ୍ରିୟବ୍ରତ ମାଝୀ, ଶ୍ରୀମତୀ ସୁମିତ୍ରା ଜେନା, ଗୀତା ବସ୍ତିଆ, ମିନତୀ ବେହେରା, ଦୁର୍ଗା ସାମନ୍ତରାୟ, ଶ୍ରୀ ରମାରଞ୍ଜନ ବଳିୟାରସିଂହଙ୍କ ସହ ବହୁ ଯୁବ, ଛାତ୍ର, ମହିଳା ଏବଂ ଅନ୍ୟାନ୍ୟ ନେତୃବର୍ଗ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *