MMDR Act amendment ବିରୋଧ ରେ ମିଳିତ ସଂଗ୍ରାମ ପାଇଁ ବିରୋଧୀ ଦଳ ନେତା ଶ୍ରୀ ନବୀନ
ପଟ୍ଟନାୟକ ଙ୍କ ଭିଡ଼ିଓ ବାର୍ତ୍ତା ଦେଇ କହିଛନ୍ତି ଯେ, 2000 ମସିହାରେ ଯେତେବେଳେ ଆମେ ଓଡିଶା ଶାସନ ଦାୟିତ୍ୱ ନେଲୁ, ସେତେବେଳେ ଓଡିଶା ର economy ବହୁତ ଖରାପ ଅବସ୍ଥା ରେ ଥିଲା। ଆମକୁ overdraft ଉପରେ ନିର୍ଭର କରିବାକୁ ପଡୁଥିଲା। 2024 ରେ ଯେତେବେଳେ ସରକାର ପରିବର୍ତ୍ତନ ହେଲା, ସେତେବେଳେ ପଚାଶ ହଜାର କୋଟି ଟଙ୍କା ର surplus revenue ଆମେ ଛାଡି ଯାଇଥିଲୁ। ଆମର strong fiscal management ଯୋଗୁଁ ଏହା ସମ୍ଭବ ହୋଇ ପାରିଥିଲା। Revenue surplus state ସହ speedy progress ଆମେ ଆଣି ପାରିଥିଲୁ। ଗରିବୀ କମିଥିଲା। infrastructure ର ବିକାଶ ହୋଇଥିଲା ଓ ଅନେକ ଜନ କଲ୍ୟାଣ କାମ କରି ଥିଲୁ।ଏହି ଦ୍ରୁତ ବିକାଶ ରେ mining tax ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।
କିନ୍ତୁ ଓଡିଶା ର ଅର୍ଥନୀତି ଆଜି ବିପଦରେ।
ଆପଣ ମାନେ ଜାଣନ୍ତି, ନିକଟରେ ପାର୍ଲିଆମେଣ୍ଟରେ , Mines and minerals Development and Regulation Act ର amendment ପାସ ହୋଇଛି। ଏହା ଓଡିଶା ଓ ଓଡିଶା ବାସୀଙ୍କ ର ବହୁତ କ୍ଷତି କରିବାକୁ ଯାଉଛି।ଏତେ ଗୁରୁତ୍ୱପୂର୍ଣ amendment,bill କିନ୍ତୁ ବିନା ଆଲୋଚନାରେ କେନ୍ଦ୍ର ସରକାର pass କରିଦେଲେ। କେବଳ ବିଜେଡି ସାଂସଦ ମାନେ ଏହାକୁ ରାଜ୍ୟ ସଭାରେ ବିରୋଧ କରିଥିଲେ।
ଏହି bill କୁ ବିରୋଧ କରି ମୁଁ ଓଡିଶା ର ମୁଖ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଛି । All party meeting ଡାକିବାକୁ ଓ ବିଧାନସଭା ର special session ଡାକିବାକୁ ଚିଠିରେ ଅନୁରୋଧ ମଧ୍ୟ କରିଛି।
ଓଡିଶା ଓ ଓଡିଶା ବାସୀଙ୍କ ସ୍ୱାର୍ଥ ଆଗରେ କେହି ବଡ଼ ନୁହେଁ। party ନୁହେଁ ମାଟିର ସ୍ୱାର୍ଥ ପାଇଁ ଆମକୁ ଆଜି ଏକାଠି ହେବାକୁ ପଡିବ।
MMDR amendement bill ଆମ ଖଣି ଉପରେ ଆମ ଅଧିକାର ଶେଷ କରି ଦେଇଛି। ଆପଣ ଜାଣନ୍ତି ଓଡିଶା ରେ chromite, Bauxite Iron ore, coal ଓ manganese ର highest reserve ରହିଛି ।କିନ୍ତୁ MMDR amendment bill ଏ ସବୁ ଉପରୁ ଆମ ଅଧିକାର ଛାଡେଇନେଇଛି । ଆମ ଲୋକଙ୍କ କଲ୍ୟାଣ ପାଇଁ ଆମ ଖଣି ରୁ ଆମେ କାହିଁକି tax collection କରିପାରିବୁନି? ଆମ ଲୋକ ଧୂଳି, ଧୂଆଁ ସହିବେ। କିନ୍ତୁ ଦିଲ୍ଲୀ ଦରବାର ଆମ ସମ୍ପଦ ରେ ସମୃଦ୍ଧ ହେବ। ଏହା ଆମେ ହେବାକୁ ଦେବାନି।
ଚବିଶ ବର୍ଷ ଧରି ମୁଁ ଓଡିଶା ର ସ୍ୱାର୍ଥ କୁ ଜଗିଥିଲି। କେନ୍ଦ୍ର ରେ ବିଭିନ୍ନ ଦଳ ର ସରକାର ଥିଲେ ମଧ୍ୟ ଓଡିଶା ର ଅଧିକାର ରେ କ୍ଷତି ଆଣିବାକୁ କେହି ସାହସ କରି ନ ଥିଲେ। ଆପଣମାନେ 2024 ରେ ପରିବର୍ତ୍ତନ କରି ନୂଆ ବିଜେପି ସରକାର ଆଣିଲେ।
କିନ୍ତୁ ମାତ୍ର ଦୁଇ ବର୍ଷ ଭିତରେ ସବୁ change ହୋଇଗଲା। ଓଡିଶା କୁ ଏଵେ କେନ୍ଦ୍ର ର ଦୟା ଉପରେ ନିର୍ଭର କରିବାକୁ ହେବ।
କିନ୍ତୁ ମାତ୍ର ଦୁଇ ବର୍ଷ ଭିତରେ ସବୁ change ହୋଇଗଲା।ଓଡିଶା କୁ ଏଵେ କେନ୍ଦ୍ର ର ଦୟା ଉପରେ ନିର୍ଭର କରିବାକୁ ହେବ।
ଆପଣମାନେ ଓଡିଶା ରୁ ଲୋକସଭା କୁ 20 ଜଣ ବିଜେପି mp ଦେଲେ। କିନ୍ତୁ ଏ ମାଟି ପାଇଁ କେହିବି ପାଟି ଖୋଲିଲେନି। They failed miserably in discharging their duties towards the state and its intrest.କେବଳ ବିଜେଡି ହିଁ ରାଜ୍ୟସଭାରେ ଏ amendment ବିଲ କୁ ଦୃଢ଼ ବିରୋଧ କରିଥିଲା।
ବିଜୁ ବାବୁ ସବୁବେଳେ ରାଜ୍ୟ ର ରାଜ୍ୟ ର ବିକାଶ ପାଇଁ financial autonomy ଉପରେ ଜୋର ଦେଉଥିଲେ।
ଏହି amemded ବିଲ ଦ୍ୱାରା ଆଜି ଓଡିଶା ର tax resource ବହୁତ କମିଯିବ। ପ୍ରତି ବର୍ଷ ଆମେ ହଜାର ହଜାର କୋଟି ଟଙ୍କାର କ୍ଷତି ସହିବା।ଏହି ଟଙ୍କାରେ ଓଡିଶା ରେ ଅନେକ school, କଲେଜ, hospital ହୋଇଥାନ୍ତା। Road, bridge, power ଓ ଅନ୍ୟ infrastructure ହୋଇଥାନ୍ତା। ନୂଆ ନୂଆ କଲ୍ୟାଣ କାମ ହୋଇଥାନ୍ତା। ଚାଷୀ ଉପକାର ପାଇଥାନ୍ତା। ଗରିବ ଲୋକ ଉପକାର ପାଇଥାନ୍ତା।କିନ୍ତୁ ଏଵେ ଏତେବଡ଼ କ୍ଷତି ଓଡିଶା ସହି ପାରିବ ତ? ଆମ ପିଲାମାନଙ୍କୁ, ଆମ future generation କୁ ଆମେ କଣ ଜବାବ ଦେବା? Gen z ର ଭବିଷ୍ୟତ କଣ ହେବ?
ଓଡିଶା କୁ ଦୁର୍ବଳ କରିବାକୁ ଚାଲିଥିବା ଏହି ଭୟଙ୍କର ଚକ୍ରାନ୍ତ କୁ ଓଡିଶା ବାସୀ କେବେ ବରଦାସ୍ତ କରିବେନି।
ଏ ମାଟି ଆମର। ଏ ଖଣି ଆମର। ଆମ ଅଧିକାର ର ସୁରକ୍ଷା ପାଇଁ ମୁଁ ଲଢ଼ିବି। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଓଡିଶା ଓ ଓଡିଶା ବାସୀଙ୍କ ଅଧିକାର ପାଇଁ ମୋର ଲଢେଇ ଜାରି ରହିବ। ଏହି ଲଢେଇ ରେ ଓଡିଶା ବାସୀ ସାମିଲ ହେବାକୁ ମୋର ନିବେଦନ

