କେନ୍ଦ୍ରାପଡ଼ାର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କଲେ ବିଜେଡି ଉପସଭାପତି ପ୍ରତାପ ଜେନା

ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ବିଜେଡି ଉପସଭାପତି ଶ୍ରୀ ପ୍ରତାପ ଜେନା କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ବନ୍ୟା ପ୍ରଭାବିତ ଲୋକମାନଙ୍କୁ ଭେଟି ସେମାନଙ୍କ ସମସ୍ୟା, ଅସୁବିଧା ଓ ତୁରନ୍ତ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଛନ୍ତି । ଗସ୍ତ ସମୟରେ ଶ୍ରୀ ଜେନା ରାଜନଗର ଓ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଥିଲେ । ବନ୍ୟା ପ୍ରଭାବିତ ପରିବାର ଗୁଡ଼ିକୁ ରିଲିଫ୍, ଖାଦ୍ୟ, ପାନୀୟ ଜଳ, ଆଶ୍ରୟ, ସ୍ୱାସ୍ଥ୍ୟସେବା, ଗୋଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଆବଶ୍ୟକତା ସମ୍ପର୍କରେ ସେମାନଙ୍କ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ ।
ଶ୍ରୀ ଜେନା ପ୍ରଭାବିତ ପରିବାରଙ୍କୁ ସରକାର ତୁରନ୍ତ ପର୍ଯ୍ୟାପ୍ତ ରିଲିଫ୍ ଏବଂ ସହାୟତା ଯୋଗାଇ ଦେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାଥମିକତା ଭିତ୍ତିରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଲୋକମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ସେ ଦାବି କରିଥିଲେ । ଶ୍ରୀ ଜେନା ସ୍ଥାନୀୟ ବିଜେଡି ନେତା ଓ କର୍ମୀମାନଙ୍କ ସହ ମଧ୍ୟ ଆଲୋଚନା କରି ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ସମୀକ୍ଷା କରିଥିଲେ । ଏହି କଠିନ ସମୟରେ ବନ୍ୟା ପ୍ରଭାବିତ ଲୋକମାନଙ୍କ ସହ ନିରନ୍ତର ଯୋଗାଯୋଗରେ ରହି ସେମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ସେ ଦଳୀୟ କର୍ମୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ ।
ଏହି ଗସ୍ତ ସମୟରେ କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଶ୍ରୀ ଧ୍ରୁବ ଚରଣ ସାହୁ, କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଶ୍ରୀ ଶିବ ପ୍ରସାଦ ଭୋଳ, କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ଯୁବ ସଭାପତି ଶ୍ରୀ ରାଜେଶ ଦାସ, ଶ୍ରୀ ପ୍ରଦୁ୍ୟମ୍ନ ସାମନ୍ତରାୟ, ଶ୍ରୀ ହେମନ୍ତ ସାହୁ, ଶ୍ରୀମତୀ ପ୍ରିୟଦର୍ଶିନୀ ତରାଇ, ଶ୍ରୀ ରାଜେଶ ପଣ୍ଡା, ଶ୍ରୀ ଅଭୟ ସ୍ୱାଇଁ, ଶ୍ରୀ ନିରଞ୍ଜନ ବାରିକ, ଶ୍ରୀ ଅମୂଲ୍ୟ ପ୍ରଧାନ ଓ ଶ୍ରୀ ଖଗେଶ୍ୱର ଲେଙ୍କାଙ୍କ ସମେତ ଅନ୍ୟାନ୍ୟ ସ୍ଥାନୀୟ ବିଜେଡି ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *