ରାଜ୍ୟ ମାନବାଧିକାର ଆୟୋଗଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କଲା ବିଜେଡି

ରାଉରକେଲା ବନ୍ଧମୁଣ୍ଡା ବରକାନିରେ ପ୍ରସ୍ତାବିତ ନୂଆ ରେଳ ଲାଇନକୁ ବିରୋଧ ବେଳେ ଜେସିବି ମାଡ଼ିଯିବାରୁ ଆଦିବାସୀ ଯୁବକ ଇତୋ ଏକ୍କାଙ୍କ ମୃତୁ୍ୟକୁ ନେଇ ଆଜି ରାଜ୍ୟ ମାନବାଧିକାର ଆୟୋଗଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ବିଜୁ ଜନତା ଦଳର ପ୍ରତିନିଧି ମଣ୍ଡଳୀ ।
ବନ୍ଧମୁଣ୍ଡା ବରକାନିରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ପାଇଁ ସମ୍ପ୍ରସାରଣ ହେଉଥିବା ରେଳ ଲାଇନ ବିରୋଧରେ ସ୍ଥାନୀୟ ଆଦିବାସୀମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିଲେ । ଏହି ସମୟରେ ୩୫ ବର୍ଷ ବୟସର ଇତୋ ଏକ୍କା ନାମକ ଜଣେ ଆଦିବାସୀ ଯୁବକଙ୍କୁ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଅଧିକାରୀ ଓ ସ୍ଥାନୀୟ ପୋଲିସ୍ର ଉପସ୍ଥିତିରେ ଜେସିବି ଲଗାଇ ଚାପି ମାରିଦିଆଯାଇଥିଲା । ଏହି ଘଟଣା ସରକାରଙ୍କ ଆଦିବାସୀ ବିରୋଧୀ ମନୋଭାବକୁ ଦର୍ଶାଉଛି । ରାଜ୍ୟର ବିଜେପି ସରକାରରେ ଆଦିବାସୀମାନେ ସୁରକ୍ଷିତ ନଥିବା ଏହି ଘଟଣାରୁ ସ୍ପଷ୍ଟ ହେଉଛି । ଓଡ଼ିଶାର ଆଦିବାସୀ ସମୁଦାୟଙ୍କ ଅଧିକାର ଓ ହକ୍ ପାଇଁ ବିଜେଡି ସର୍ବଦା ରହିଥିଲା ଏବଂ ଆଗାମୀ ଦିନରେ ମଧ୍ୟ ରହିବ । ଆଦିବାସୀଙ୍କ ପ୍ରତି ବିଜେପି ସରକାରଙ୍କ ହେଉଥିବା ଅନ୍ୟାୟ ରୋକିବା ପାଇଁ ରାଜ୍ୟ ମାନବାଧିକାର ଆୟୋଗ ଦୃଢ଼ ପଦକ୍ଷେପ ନେବାକୁ ଅନୁରୋଧ ।
ଏହି ପ୍ରତିନିଧି ମଣ୍ଡଳୀରେ ଗଣମାଧ୍ୟମ ସଂଯୋଜକ ଡ଼ ପ୍ରିୟବ୍ରତ ମାଝି ଓ ଡ଼ ଲେନିନ ମହାନ୍ତି, ଶ୍ରୀ ତୁମ୍ବନାଥ ପଣ୍ଡା, ଶ୍ରୀମତୀ ରଞ୍ଜିତା ସାହୁ, ଶ୍ରୀମତୀ ଇପ୍ସିତା ସାହୁ, ସୋଫିଆ ଆଲାମ, ଶ୍ରୀ ବିଶ୍ୱପ୍ରତାପ ସାହୁ ଓ ଶ୍ରୀ ଅରୁପ ଶ୍ରୀଚନ୍ଦନ ସାମିଲ୍ ଥିଲେ ।

Leave a Reply

Your email address will not be published. Required fields are marked *