ରାଜ୍ୟରେ ବିଭିନ୍ନ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ଦେଖିବାକୁ ମିଳିଥିବା ଅନିୟମିତତାକୁ ନେଇ ସରକାରଙ୍କୁ ଘେରିଛନ୍ତି ମୁଖ୍ୟ ବିରୋଧୀ ବିଜୁ ଜନତା ଦଳ । ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ବିଗତ ୬ ମାସରେ ୧୨ଟି ବଡ଼ ପରୀକ୍ଷାରେ ସ୍କାମ୍ ହୋଇଛି। ଏ ଡବଲ ଇଞ୍ଜିନ୍ ସରକାର । ମାନେ ଡବଲ ସଜା । ଓପିଏସସସି, ଓଏସଏସସି ପରୀକ୍ଷାରେ ତ୍ରୁଟି କେମିତି ହେଲା ? ଓପିଏସସି ଆନ୍ଥୋପୋଲୋଜୀରେ ପେପର ୧ ପାଇଁ ପେପର ୨ର ପ୍ରଶ୍ନ କେମିତି ଆସିଲା ବୋଲି ପ୍ରଶ୍ନ କରିଛନ୍ତି ଡ଼ ମହାନ୍ତି |
ପରୀକ୍ଷା ଦୁଇ ଥର କରିବାକୁ ପିଲାଏ ଦାବି କଲେଣି। ଏସଡିଆଇପିଆରଓ, ଓଜେଏସ, ଆରଆଇ, ଅମୀନ, ମାଟ୍ରିକ୍ ବିଜ୍ଞାନ ପରୀକ୍ଷାରେ ତ୍ରୁଟି ଦେଖାଦେଲା। ପରୀକ୍ଷାରେ କେମିତି ଜାଲିଆତି ହେବ ସେନେଇ ଏ ସରକାର ଇଣ୍ଡଷ୍ଟ୍ରି କରିବାକୁ ଯାଉଛନ୍ତି। ପରୀକ୍ଷା ପରିଚାଳନାରେ ତ୍ରୁଟି ରହିଛି । ମଧୁବାବୁଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନିଜେ ଉତ୍ତର ରଖନ୍ତୁ ବୋଲି କହିଛନ୍ତି ଡ଼ ଲେନିନ୍ ମହାନ୍ତି।

