ନବୀନ ପଟ୍ଟନାୟକ ଆସନ୍ତା ଜୁନ ୨୦ ତାରିଖ ଦିନ ଚିକିତ୍ସା ପାଇଁ ମୁମ୍ବାଇ ଗସ୍ତ

ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆସନ୍ତା ଜୁନ ୨୦ ତାରିଖ ଦିନ ଚିକିତ୍ସା ପାଇଁ ମୁମ୍ବାଇ ଗସ୍ତ କରୁଛନ୍ତି। ଆସନ୍ତା ଜୁନ ୨୨ ତାରିଖ ଦିନ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଠାରେ ତାଙ୍କର ଚିକିତ୍ସା କରାଯିବ।

ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ଚିକିତ୍ସକ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇ ଠାରେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କର ଚିକିତ୍ସା ବ୍ୟବସ୍ଥାର ସମସ୍ତ କାର୍ଯ୍ୟ ତଦାରଖ କରିବେ।

ଓଡ଼ିଶାର ଅଗଣିତ ଜନ ସାଧାରଣଙ୍କ ତରଫରୁ ପ୍ରଭୁ ଜଗନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ଶ୍ରୀଯୁକ୍ତ ପଟ୍ଟନାୟକ ଖୁବଶୀଘ୍ର ସୁସ୍ଥ ହୋଇ ଓଡିଶା ଫେରନ୍ତୁ ଏବଂ ଓଡିଶାବାସୀଙ୍କ ସେବା ଜାରି ରଖନ୍ତୁ।

Leave a Reply

Your email address will not be published. Required fields are marked *